Unknown

 

 

 

 

 

 

 

 

 

ବସନ୍ତ ରୋଗ ଚିକିତ୍ସା

ଶ୍ରୀ ନୀଳମଣି ବିଦ୍ୟାରତ୍ନ

 

ମସୂଚିକା ବା ବସନ୍ତ ଗୋଟାଏ ଡିଆଁରୋଗ । ସାଧାରଣରେ ଏହା ଠାକୁରାଣୀ ରୋଗ ନାମରେ ପରିଚିତ । ଏହି ରୋଗର ଚିକିତ୍ସା ପ୍ରାଣାଳୀ ବୈଦ୍ୟ ଶାସ୍ତ୍ରରେ ଥିଲେ ମଧ୍ୟ ଠାକୁରାଣୀ କୋପ କରିବେ ବୋଲି ଭୀତ ଗୃହସ୍ଥମାନେ ରୀତିମତ ଚିକିତ୍ସା ନକରି ଠାକୁରାଣୀଙ୍କଠାରେ ଧ୍ୟାନ, ଶୀତଳାସ୍ତୋତ୍ର ପାଠ ରୋଗୋପଶମର ଏକମାତ୍ର ସଦୁପାୟ ବୋଲି ମନେ କରିଥାନ୍ତି । ଦେବଦେବୀଙ୍କ ପ୍ରତି ଏପରି ଭକ୍ତି ବିଶ୍ୱାସ ରଖିଲେ ମଧ୍ୟ ଈଶ୍ୱରଙ୍କଦ୍ୱାରା ସର୍ଜ୍ଜନା ଓ ନିରୁପିତ ହୋଇଥିବା ଔଷଧ ମାନ ବ୍ୟବହାର କରିବା ଉଚିତ । ଏହା ନକଲେ ଅର୍ଥାତ୍‌ ଈଶ୍ୱରଙ୍କ ଈଚ୍ଛା ବିରୁଦ୍ଧ କାର୍ଯ୍ୟକଲେ ସୁଫଳ ବଦଳରେ କୁଫଳ ଜାତ ହେବାର ଅନେକ ସ୍ଥାନରେ ଦେଖାଯାଏ । ଅତଏବ ବୃଥାଶଙ୍କା ତ୍ୟାଗକରି ବୈଦ୍ୟଶାସ୍ତ୍ର ଲିଖିତ ଔଷଧମାନ ପ୍ରୟୋଗ କରିବା ସମସ୍ତ ଗୃହସ୍ଥ ମାନଙ୍କର କର୍ତ୍ତବ୍ୟ ।

 

ବସନ୍ତ ବିଶେଷ କଷ୍ଟପ୍ରଦ ରୋଗ । ଏହି ରୋଗରେ ଅକ୍ରାନ୍ତ ହେତୁ ପୃଥିବୀର ନାନାସ୍ଥାନରେ କେତେ ଲୋକଛୋଟା ଦେଉଅଛନ୍ତି, କେତେ କଣା ହେଉ ଅଛନ୍ତି, କେତେ ଅନ୍ଧ ହେଉଅଛନ୍ତି, କେତେ ଲୋକଙ୍କର ବସନ୍ତ ଦାଗ ନଲିଭି ଗଭୀର ବିକୃତ ହୋଇ ଯାଉଅଛି । କେତେକ ଲୋକ ସେହି ରୋଗରେ ମାନବଲୀଳା ସମ୍ୱରଣ କରୁଅଛନ୍ତି । ଏପରି କଷ୍ଟପ୍ରଦ ପ୍ରାଣ ସଂହାରକ ରୋଗରେ ଆକ୍ରାନ୍ତ ନହେବା ନିମନ୍ତେ ପ୍ରତ୍ୟେକ ବ୍ୟକ୍ତିଙ୍କର ସାବଧାନତା ଅବଲମ୍ୱନ କରିବା ଉଚିତ ।

 

ରୋଗାକ୍ରାନ୍ତ ନହେବା ନିମନ୍ତେ ଗୋ ବସନ୍ତ ବୀଜରଟୀକା ଗ୍ରହଣ କରିବା ସୁବିବେଚନାର କାର୍ଯ୍ୟ । ଟୀକା ନେବାପରେ ବସନ୍ତ ହେଲେ ତାହା ମାରାତ୍ମକ ହୁଏନାହିଁ । ଏହି ଟୀକା ସାଧାରଣରେ ‘‘ଇଂରେଜି ଟୀକା’’ ନାମରେ ପରିଚିତ । ଏକ ବା ଦେଢ଼ମାସ ବୟସରେ ଥରେ, ୬ ବା ୮ବର୍ଷ ବୟସରେ ଥରେ ଏବଂ ୨୦ ବର୍ଷ ବୟସ ସମୟରେ ଥରେ ଟୀକା ଗ୍ରହଣ କଲେ ବସନ୍ତ ରୋଗ ଆକ୍ରମଣର ଆଶଙ୍କା ତିରୋହିତ ହୋଇଯାଏ । କୌଣସି ସ୍ଥାନରେ ରୋଗ ସଂକ୍ରାମକ ହୋଇ ଉଠିବା ସମୟରେ ସଦ୍ୟଜାତ ଭୂଣ୍ରକାୟ ଶିଶୁ ଏବଂ ଅନ୍ୟ ଯେଉମାନେ ଟୀକା ଗ୍ରହଣ କରି ନଥିବେ ବା ଯେଉଁମାନଙ୍କର ଗ୍ରହଣ କରିବାର ସମସ୍ତ ହୋଇଥିବ ସେମାନଙ୍କର ଶୀଘ୍ର ଟୀକା ଗ୍ରହଣ କରିବା ଉଚିତ । ଗୋ ବୀଜ ଦ୍ୱାରା ଟୀକା ଦେବା ନିରାପଦ । ମନୁଷ୍ୟ ଶରୀରରୁ ବୀଜନେଇ ଟୀକା ଦେଲେ ଯାହା ଶରୀରରୁ ବୀଜ ଅଣାଯାଇଥିବ ତା ଦେହରେ ଗର୍ମୀକୁଷ୍ଟ, ରକ୍ତ ବିକୃତ ବାତରକ୍ତ ଆଦି ବ୍ୟାଧିଥିଲେ ଟୀକା ନେବା ଲୋକର ଶରୀରରେ ଉକ୍ତ ରୋଗ ଜାତ ହେବା ଅସମ୍ଭବ ନୁହେ । ଅତଏବ ଏ ବିଷୟରେ ମଧ୍ୟ ସତର୍କତା ଆବଶ୍ୟକ ।

 

ରୋଗ ଆକ୍ରମଣ ନକରିବା ନିମନ୍ତେ ପୁରୁଷମାନେ ଡାହାଣ ହାତରେ, ସ୍ତ୍ରୀମାନେ ବାମହାତରେ ଗୋଟାଏ ଲେଖାଏଁ ଏ ହଚିଡ଼ା ମଞ୍ଜି ଧାରଣ କରିବେ । ରୁଦ୍ରାକ୍ଷ ମାଳା ସର୍ବଦା ଧାରଣ କଲେ ଉପକାର ହୁଏ । ନିମ୍ୱପତ୍ର, ରୁଦ୍ରାକ୍ଷ ଏବଂ ହଳଦୀ ସମାନ ଭାଗରେ ଆଣି ତହିଁରୁ ଅଧତୋଳାଲେଖାଏଁ ଶୀତଳ ଜଳରେ ବାଟି ପାନକରିବ । ଅଙ୍କରାନ୍ତି ମୂଳ ଓ ଗୋଲମରିଚ ସମାନଭାଗରେ ମିଶାଇ ତହିଁରୁ ଅଧତୋଳା ଲେଖାଏଁ ଆଣି ଜଳରେ ବାଟି ପାନ କରିବ । ଚୈତ୍ରକୃଷ୍ଣ ଚତୁର୍ଦ୍ଦଶୀ ଦିନ ଚୁକ୍ତ ବସ୍ତ୍ର ଲାଗିଥିବା ଗୋଟାଏ ପତାକା ଏବଂ ଖଣ୍ଡେ ପତ୍ର ଶିଝୁଡ଼ାଳ ଚୂନରେ ଲିପା ହୋଇଥିବା ଗୋଟାଏ ମାଠିଆରେ ସ୍ଥାପନ କରି ଘରର ନୈୠିତ କୋଣରେ ସ୍ଥାପନ କଲେ ସେଘରେ ବସନ୍ତବାଧୀ ହୁଏନାହିଁ, ହେଲେ ରୋଗୀ ସହଜରେ ମାଟିଆ ରଙ୍ଗର ଶୃଙ୍ଗଶୂନ୍ୟ ଏକ ପ୍ରକାର ଛେଳୀ ଅଛନ୍ତି, ସେମାନଙ୍କ ମୂଖର ଦୁଇପାଖ ଶୁକ୍ଳବର୍ଣ୍ଣ, ଏବଂ ପାଦର ବର୍ଣ୍ଣ ମଧ୍ୟ ଶୁକ୍ଳ ଅଟେ । ଅନ୍ୟାନ୍ୟ ଛାଗର ତୁଳନାରେ ସେମାନଙ୍କର ଶରୀରର ଗନ୍ଧ ଉଣା । ସେମାନେ ପ୍ରତ୍ୟହ ୩ ସେର ଲେଖାଏଁ ଦୁଧଦେଇଥାନ୍ତି । ସ୍ପେନ ଦେଶରେ ନାନାଜାତୀୟ ଛେଳୀ ଅଛନ୍ତି ଏବଂ ସେମାନେ ପ୍ରଚୁର ପରିମାଣରେ କ୍ଷୀର ପ୍ରଦାନ କରିଥାନ୍ତି । ଆୟରଲ୍ୟାଣ୍ଡର ଛେଳିମାନଙ୍କର ଶିଙ୍ଗ ବଡ଼, କିନ୍ତୁ ଦୁଧର ପରିମାଣ ଅତି ବେଶୀନୁହେଁ ।

 

ନିଉଭିୟା, ମିଶର, ଆବିସିନିୟା ଏବଂ ତନ୍ନିକଟବର୍ତ୍ତୀ ପ୍ରଦେଶରେ ଏକଜାତୀୟ ଛାଗ ଅଛନ୍ତି ଯେ ସେମାନେ ସାଧାରଣ ଛାଗ ଅପେକ୍ଷା ଆକାରରେ ଦେଢ଼ଗୁଣବଡ଼ । ସେମାନଙ୍କର ପାଦ ବିଶେଷ ଲମ୍ୱା । ସାଧାରଣତଃ ସେମାନଙ୍କ ଶିଙ୍ଗ ହୁଏନାହିଁ । ସେମାନଙ୍କ ଶରୀରରେ ଦୁର୍ଗନ୍ଧ ନାହିଁ ଏବଂ ସେମାନଙ୍କର ଦାଢ଼ୀ ହୁଏନାହିଁ । ଏହି ଜାତୀୟ ଛାଗ ଦିନରେ ୫ ସେର ଲେଖାଏଁ ଦୁଧ ଦେଇଥାନ୍ତି ଏବଂ ବର୍ଷରେ ୨ ଥର, ପୁଣି ଥରକେ ୨ / ୩ଟି ଶାବକ ପ୍ରସଦୂର କରିଥାନ୍ତି । ଇଜିପ୍‌ଟ ଦେଶରେ ଏକଜାତୀୟ ଛାଗ ଅଛନ୍ତି ଯେ, ସେମାନଙ୍କର ମୁଣ୍ଡ ସାନ, ଶିଙ୍ଗ ପ୍ରାୟ ହୁଏନାହିଁ, ଅଥଚ ନିତ୍ୟ ୫ ସେର ଲେଖାଏଁ ଦୁଧ ଦେଇଥାନ୍ତି । ତୁରଷ୍ପ ଦେଶରେ ଛେଳୀ ଦେଖିବାକୁ ଅନେକାଂଶରେ ମେଣ୍ଢାପରି । ସେମାନଙ୍କ ଲୋମଦ୍ୱାରା ପଶମୀ ବସ୍ତ୍ର ପ୍ରସ୍ତୁତହୁଏ, ସେମାନେ ଅଧିକ ଦୁଧ ଦିଅନ୍ତିନାହିଁ ।

 

ଭାରତବର୍ଷରେ ୩ । ୪ ପ୍ରକାରର ଛେଳୀ ଅଛନ୍ତି । ପଶ୍ଚିମାଞ୍ଚଳର ଛାଗ ଅପେକ୍ଷା ବଙ୍ଗର ଛାଗ ଆକାରରେ କିଞ୍ଚିତ୍‌ବଡ଼ ହେଲେ ମଧ୍ୟ ଉଭୟେ ଏକଜାତୀୟ । ସେମାନେ ଭଲ ଖାଇବାକୁ ପାଇଲେ ପ୍ରଚୁର ପରିମାଣରେ ଦୁଧଦେଇଥାନ୍ତି । ଦାକ୍ଷିଣାତ୍ୟର ଛାଗମାନେ ଯେପରି ଆକାରରେ ବୃହତ୍‌, ସେହିପରି ବେଶୀ ପରିମାଣ ଦୁଧ ଦେଇଥାନ୍ତି । ସୌରାଷ୍ଟ୍ର ଦେଶରେ ଛାଗମାନେ ବର୍ଣ୍ଣରେ ଶୁକ୍ଳ ଏବଂ ସେମାନଙ୍କ କ୍ଷୀରର ପରିମାଣ କମନୁହେଁ । କାଶ୍ମୀର ଦେଶର ଛେଳିମାନେ ଦେଖିବାକୁ ମେଣ୍ଢାପରି, ସେମାନେ ଅତ୍ୟଳ୍ପ ପରିମାଣରେ ଦୁଧ ଦେଇଥାନ୍ତି । ସେମାନଙ୍କ ଲୋମଦ୍ୱାରା ପ୍ରସ୍ତୁତ ହୁଏ ।

 

କାସ, ହିକ୍କା, ପ୍ରବଳମୋହ, ଅତ୍ୟନ୍ତ ବେଦନା ଦୁଃସହ ଜ୍ୱର, ପ୍ରଳାପ, ଚିତ୍ତରାଞ୍ଚଲ୍ୟ, ତୃଷ୍ଣ, ଦାହ, ଶରୀର ଘୂର୍ଣ୍ଣନ, କଣ୍ଠ ଦେଶରେ ଘଡ଼ ଘଡ଼ ଶବ୍ଦ ଅତ୍ୟନ୍ତ ବେଦନା ବା ବେଗରେ ସହିତ ପ୍ରଶ୍ୱାସ ତ୍ୟାଗ ଏରୋଗରେ ଶଙ୍କା ଜନକ ଲକ୍ଷଣ ।

 

ରୋଗ ନାଶକ ଉପାୟ

 

ରୋଗରେ ପ୍ରଥମାବସ୍ଥାରେ ମେଥି ବତୁରିଥିବା ଜଳ ପାନ କରିବ । କୁଢ଼ି ବା ବୁରି (ବର୍ବ୍ବୁର) ତୁଳସୀର କ୍ୱାଥ ସେବନ କରିବ । ଶ୍ୱେତ ଚନ୍ଦନକୁ ଘୋରି ହିଡ଼ିଞ୍ଚା (ହିଳମେଚି) ଶାମର ସହିତ କିମ୍ୱା କେବଳ ହିଡ଼ିଞ୍ଚା ଶାଗର ରସ ସେବନ କରିବ । କୁମୁରିଆ (କଣ୍ଠ କୁମ୍ୱାଡ଼ୁ) ଲତାର ରସ ବା କ୍ୱାଥରେ ଦିଅଣୀ ଓଜନର ହେଙ୍ଗୁ ମିଶାଇ ସେବନ କରିବ । ହରିଡ଼ା ମଞ୍ଜିକୁ ଘିଅ ଓ ବାସି ପାଣି ସହିତ ଖାଇବ । ଗୁଆ ଗଛର ମୂଳ ଓ ନୟନା (ମଦନ କୁସୁମ) ମୂଳ ଅଥବା ମରିଚ ଏବଂ ନଟାକରଞ୍ଜ ମୂଳ ଶୀତଳ ଜଳରେ ବାଟି ପାନ କରିବ ଜ୍ୱର ନିମନ୍ତେ ସାଧାରଣ ଜ୍ୱରର ଔଷଧ ପ୍ରୟୋଗ କରିବ ।

 

ପଟୋଳ ପତ୍ର, କ୍ଷେତ ପାଁ ପଡ଼ା, ଶୁଣ୍ଠି, ମୁଥା ଓ ଖଇରର କ୍ୱାଥରେ ମହୁ ମିଶାଇ ସେବନ କଲେ ଜ୍ୱର ଓ ରକ୍ତ ମୂତ୍ର ନିବାରିତ ହୁଏ । ବସନ୍ତର ପୂର୍ବରେ ଜ୍ୱର ପ୍ରକାଶ ପାଇଲେ ଜଳସ୍ପର୍ଶ ପରିତ୍ୟାଗ, ବାୟୁଶୂନ୍ୟ ଗୃହରେ ବାସ, ଦେହରେ ଗଞ୍ଜେଇ ପତିର ଚୂର୍ଣ୍ଣ ମର୍ଦ୍ଦନ ଏବଂ ବସ୍ତ୍ର ଦ୍ୱାରା ଶରୀରକୁ ବନ୍ଧନକରି ଶିଖିବା ଆବଶ୍ୟକ । ରକ୍ତ ଚନ୍ଦନ, ବାସଙ୍ଗ ମୂଳ, ମୁଥା ଗୁଲୁଚି ଓ ଦ୍ରାକ୍ଷାର ଶୀତ କଷାୟ ପାନକଲେ ବସନ୍ତ ଜ୍ୱର ବିନଷ୍ଟ ହୁଏ । ରକ୍ତ ଚନ୍ଦନ, ବେଣାମୂଳ, ମଞ୍ଜିଷ୍ଠା, କୁଢ଼ ଏବଂ ଖଇରର କ୍ୱାଥରେ ମହୁ ମିଶାଇ ସେବନ କରାଇବ । ଦେହରେ ବସନ୍ତ ଥିବା ସମୟରେ ଜ୍ୱର ହେଲେ ଏହି ଔଷଧ ଦେବ ।

 

ଦ୍ୱିତୀୟ ଅବସ୍ଥାରେ ବାନ୍ତି ଓ ଝାଡ଼ା କରାଇବା ଆବଶ୍ୟକ । କିନ୍ତୁ ଉପଯୁକ୍ତ ଚିକିତ୍ସକଙ୍କ ଆଦେଶ ନପାଇ ବାନ୍ତି କରାଇବ ନାହିଁ; କେବଳ ଝାଡ଼ା ହେବା ନିମନ୍ତେ ଔଷଧ ପ୍ରୟୋଗ କରିବ । ତିହୁଡ଼ି ମୂଳର ଚୂର୍ଣ୍ଣ କିଛି ଉଣା ଅଧତୋଳା, ଗରମ ଜଳ ସହିତ ସେବନ କରିବ ତ୍ରିଫଳାର କ୍ୱାଥପାନ କରିବ । କଲରା ପତ୍ରର ରସ ଏକ ଛଟାଙ୍କିରେ ଅଢ଼େଇ ମଷା ହଳଦୀ ଚୂର୍ଣ୍ଣ ମିଶାଇ ସେବନ କରିବ । ମଳ କଠିନ ହେତୁ କୌଣସି ଅବସ୍ଥାରେ କଷ୍ଟ ହେଲେ କଞ୍ଚା ବେଲକୁ ପୋଡ଼ି ପାଣିରେ ଗୋଳି ଗୁଡ଼ ବା ଚିନି ସହିତ ଖୁଆଇବ ଏବଂ ମଳଦ୍ୱାରର ଚାରି ପାଖରେ କଲରା ପତ୍ରର ରସ ଅଥବା ଲହୁଣୀ ବା ଘିଅ ମାଲିସ କରିବ କିମ୍ୱା ତହିଁରେ ସେସ୍ଥାନକୁ ଓଦା କରି ରଖିବ ।

 

ରୋଗର ତୃତୀୟ ଅବସ୍ଥାରେ ଗୋଟିମାନ ଶୀଘ୍ର ବାହାରି ପାଚିବା ବିଷୟରେ ଚେଷ୍ଟା କରିବାକୁ ହେବ । ସଦୁପଯୋଗୀ କେତେକ ଔଷଧ ଭାଗ ନିମ୍ନରେ ପ୍ରକାଶ କରାଯାଉଅଛି । ତଦ୍ୱାରା ଶୀଘ୍ର ବସନ୍ତ ରୋଗ ଉପଶମିତ ହେବ ।

 

ଚାଉଳଧୁଆ ଜଳ ଗରମ କରି ଗୋଟାଏ ବୋତଳ (ବଡ଼କାଚ) ରେ ପୂରାଇ ରୋଗୀର ସର୍ବ୍ବାଙ୍ଗରେ ସ୍ୱେବ ଦେବ । ଗୁଲୁଚି ମୁଥା ଅତୁସୀ ଇନ୍ଦ୍ରଯବ ଓ କୁଢ଼ର କ୍ୱାଥ ପାନ କରିବ । ଦ୍ରାକ୍ଷା ଗମ୍ଭାରି ଫଳ ଖଜୁରି କନ୍ଦ (ଖଜୁରି ଗଛ ମସ୍ତକର କୋମଳ ଅଂଶ) ପଟଳ ପତ୍ର ନିମ୍ୱଛାଲି ବାସଙ୍ଗ ଛାଲି ଅଁଳା ଏବଂ ଗୋଖରା ମଞ୍ଜିର କ୍ୱାଥରେ ଚିନି ଏବଂ ଖଇ (ଲିଆ) ଗୁଣ୍ଡ ମିଶାଇ ସେବନ କରିବ । ଟଭାର କେଶର, କାଞ୍ଜି ପାଣିରେ ବାଟି ଦେହରେ ବୋଳିଲେ ମସୁରିକା ଓ ମସୁଚିକା ଜନିତ ଦାହ ଉପଶମ ହୁଏ । ପଟୋଳ ପତ୍ର, ରକ୍ତବର୍ଣ୍ଣ କଣ୍ଟା ମାରିଷ ଅଁଳା ଏବଂ ଖଇର କାଠର କ୍ୱାଥ ପାନ କରିବ । ହଳଦୀ ଦାରୁ-ହଳଦୀ, ବେଣାମୂଳ ଶିରୀଷ ଫୁଲ, ମୁଥା, ରୋଧ ଶ୍ୱେତଚନ୍ଦନ ଓ ନାଗେଶ୍ୱର ଏକତ୍ର ବାଟି ଲେପଦେଲେ ବା ଦେହରେ ବୋଳିଲେ ଘର୍ମ୍ମା, ବିସ୍ପୋଟ, ବିସର୍ପ, କୁଷ୍ଠ ବୌଗାର୍ନ୍ଧ୍ୟ ଏବଂ ମିଳିମିଳା ନିବାରିତ ହୁଏ । ଗୋଖରା ମୂଳ କିମ୍ୱା ଚେରମାବୁ ମୂଳ ଜଳରେ ବାଟି ସେବନ କରିବ । ପଟୋଳପତ୍ର, ନିମ୍ୱପତ୍ର ଓ ବାସଙ୍ଗ ଛାଲିର କ୍ୱାଥରେ ବଚ, ଇନ୍ଦ୍ରଯବ, ଯାଠିମଧୁ ଏବଂ ମଦନ ଫଳର ଚୂର୍ଣ୍ଣ ମିଶାଇ ପାନକଲେ ବମନହୋଇ ବସନ୍ତରୋଗଭଲ ହୁଏ । ଖଇରକାଠ, ଅଁଳା, ହରିଡ଼ା, ବାହାଡ଼ା, ନିମ୍ୱଛାଲି, ପଟୋଳପତ୍ର, ଗୁଳୁଚି ଓ ବାସଙ୍ଗର କ୍ୱାଥ ସେବନ କଲେ ମିଳିମିଳା, ବସନ୍ତ, କୁଷ୍ଠ ବିସର୍ପ ବିସ୍ପୋଟ ଓ କଣୁରୋଗ ଉପଶମ ହୁଏ । ଶୁକୁଚି, ବାସଙ୍ଗ, ପଟୋଳ, ମୁଥା, ଛଭିଆନାଛାଲି, ଖଇରକାଠ, କଳାବେତ, ନିମ୍ୱପତ୍ର, ହଳଦୀ ଓ ଦାରୁହଳଦୀର କ୍ୱାଥ ସେବନ କଲେ ନାନାପ୍ରକାର ବିଷଦୃଷ୍ଟି, ବିସର୍ପ କୁଷ୍ଠ ବିସ୍ପୋଟ, କଣ୍ଡୁ ମସୂରୀ, ଶୀତପିତ୍ତ ଓ ଜ୍ୱର ଉପଶମ ହୁଏ । ରୋଗୀର ଗୋଟି ପାଚି ନଥିବା ସମୟରେ ତାକୁ ନିମ୍ନଲିଖିତ ପ୍ରକାରେ ଶିମିଳି (ବୁର) ମଞ୍ଜି ଖୁଆଇବ । ଯଥା ପ୍ରଥମଦିନ ସକାଳେ ୧୨ ଦୁଇପ୍ରହରେ ୬ ଗୋଟା ସନ୍ଧ୍ୟାବେଳେ ୫ ଗୋଟୀ, ଦ୍ୱିତୀୟଦିନ ସକାଳେ ୧୦ ଗୋଟା, ସନ୍ଧ୍ୟାବେଳେ ୫ ଗୋଟା, ତୃତୀୟ ଦିନ ସକାଳେ ୫ ଗୋଟା ଶିମିଳି ମଞ୍ଜି ଗୁଡ଼ସହିତ ଖୁଆଇବ । ଗରମଜଳକୁ ଥଣ୍ଡାକରି ଔଷଧସେବନ ପରେ ପିଆଇବ ।

 

ମୁଖ ଓ କଣ୍ଠ ମଧ୍ୟରେ ବସନ୍ତ କାହାରି କଷ୍ଟ ପ୍ରଦାନ କଲେ, ଡ଼ାଇପତ୍ରୀ, ମଞ୍ଜିଷ୍ଟା, ଦାରୁହଳଦୀ, ଗୁଆ, ସମଛାଲି, ଯାଠିମଧୁ ଏବଂ ଅଁଳାର କ୍ୱାଥରେ, କିମ୍ୱା ଅଁଳା ଓ ଯାଠିମଧୁ କ୍ୱାଥରେ ମହୁ ମିଶାଇ ବାରମ୍ୱାର କୁଳୁକୁଞ୍ଚା କରାଇବ । କଣ୍ଠ ରୋଧହେଲେ ପିପଳି ଓ ହରିଡ଼ା ଚୂର୍ଣ୍ଣ ମହୁ ସହିତ ଲେପନ କରାଇବ ।

 

ଚକ୍ଷୁଭିତରେ ବସନ୍ତ ବାହାରିଲେ, ଯାଠିମଧୁ ତ୍ରିଫଳା, ମୁର୍ବ୍ବା, ଦାରୁହଳଦୀ, ଡାଳଚିନି, ନୀଳେତ୍ପଳ, ବେଣାମୂଳ, ଲୋଧ ଏବଂ ମଞ୍ଜିଷ୍ଠା ଏହିସବୁ ଦ୍ରବ୍ୟ ବାଟି ଚକ୍ଷୁ ଉପରେ ଲେପନ କରିବ-। ବସନ୍ତ ହେତୁ ଚକ୍ଷୁରେ ଘା ହେଲେ ଗରଗଡ଼ ଓ ଯାଠିମଧୁ ଏହି ଦୁଇ ଦ୍ରବ୍ୟକୁ ସମଭାଗରେ ମିଶାଇ ତହିଁର କ୍ୱାଥକୁ ଶୀତଳକରି ତଦ୍ଦ୍ୱାରା ଚକ୍ଷୁକୁ ଭଲରୂପେ ବାରମ୍ୱାର ଧୋଇବ । ଗୁଳୁଚି ଓ ଯାଠିମଧୁ ସମଭାଗରେ ମିଶାଇ ବାଟି ତହିଁର ରସ ଚକ୍ଷୁରେ ସେଚନ କରିବ । କର୍ପୂରଚୂର୍ଣ୍ଣ ମିଶ୍ରିତ ଜଳ ବା ଦେ-ଧନ ଓ ମହୁଲ ଫୁଲ ସିଦ୍ଧକରି ଶୀତଳ ହେଲାରୁ ସେହିଜଳ ବାରମ୍ୱାର ଚକ୍ଷୁରେ ପକାଇବ । ଶାମୁକାର କୋଷାବ୍ୟନ୍ତରସ୍ଥ ଜଳ ସେଚନରେ ମଧ୍ୟ ଉପକାର ହୁଏ ।

 

ପାଦ ତଳରେ ବସନ୍ତ ଗୋଟି ବାହାରିଲେ ଚାଉଳ ଧୁଆ ଜଳରେ ପାଦକୁ ବୁଡ଼ାଇ ବା ଓଦାକରି ରଖିଲେ ବସନ୍ତ ଏବଂ ତଜ୍ଜନିତ ଦାହ ପ୍ରଶମିତ ହୁଏ ।

 

ବସନ୍ତ ଗୋଟି ସମ୍ଫୂର୍ଣ୍ଣରୂପେ ପ୍ରକାଶ ନହେଲେ,-କଞ୍ଚାହଳଦୀ ରସ, ନିମ୍ୱ (କଇଁଶିକାକୁଡ଼ି) ପତ୍ରର ରସ ଓ ଛବତାଉରି ରସରେ ଲହୁଣି ମିଶାଇ ଦେହରେ ମର୍ଦ୍ଦନ କରିବ । ତୁଳସୀ ପତ୍ର ରସରେ ଯୁଆଣି ବାଟି ସର୍ବାଙ୍ଗରେ ମର୍ଦ୍ଦନକଲେ ମିଳାମିଳା ଓ ବସନ୍ତଗୋଟି ବାହାରେ ।

 

ଗୋଟି ବାହାରି ଛଫିଗଲେ,-ତମ୍ୱଛାଲି କ୍ଷେତପାପଡ଼, ଅକାନବନ୍ଧ, ପଟୋଳପତ୍ର କଟୁକୀ, ବାସଙ୍ଗମୂଳ, ଦୁରାଲଭା, ଅଁଳା, ବେଣାମୂଳ ଭକ୍ତ ଚନ୍ଦନ ଓ ଶ୍ୱେତଚନ୍ଦନର କ୍ୱାଥ ଚିନି ସହିତ ସେବନ କଲେ ଜ୍ୱର ଓ ବିସର୍ପୋତ୍ଥିଥ ତ୍ରିଦୋଷପ୍ରଧାନ ମସୂଚିକା ପ୍ରଶମିତ ହୁଏ, ଏବଂ ଯେଉଁ ସବୁବସନ୍ତ ଗୋଟି ବାହାରି ଛପିଯାଏ ତାହାପୁନଶ୍ଚ ବହିର୍ଗତ ହୁଏ ।

 

ଅପକ୍ୱ ବସନ୍ତ ଉପଶମ ହେବା ଏବଂ ପକ୍ୱବସନ୍ତ ଶୀଘ୍ର ଶୁଷ୍କ ହେବା ସକାଶେ-ପଟୋଳ ଗୁଳୁଚି ମୁଥା ବାସଙ୍ଗଛାଲି, ଦୁରାଲଭା, ଚିରେଇତା, ନିମ୍ୱଛାଲି କଟୁକୀ ଏବଂ କ୍ଷେତଯାପଡ଼ାର କ୍ୱାଥା ସେବନ କରିବ ।

 

ଦେହରେ ବସନ୍ତର ଚିହ୍ନ ନରହିବା ପାଇଁ କେତକୀ ପତ୍ର ସିଝିଥିବା ପାଣିରେ ଚିହ୍ନଥିବା ସ୍ଥାନମାନ ଓଦା କରି ରଖିବ ଏବଂ ଉକ୍ତ ପାଣିରେ କିଛିଦିନ ସ୍ନାନକରିବ । ପଇଡ଼ ପାଣିଦ୍ୱାରା ସେପରି କଲେ ମଧ୍ୟ ଉପକାର ହୁଏ ।

 

ଗୋଟିମାନ ଶୀଘ୍ର ପାଚିବା ନିମନ୍ତେ–ଗୁଳଚି ମଧୁ ଦ୍ରାକ୍ଷା ଆଖୁମୂଳ ଓ ଡାଲିମ୍ୱର କ୍ୱାଥ ଗୁଡ଼ ସହିତ ସେବନ କରିବ । ବରକୋଳିମଞ୍ଜିର ଚୂର୍ଣ୍ଣ ପୁରୁଣା ଗୁଡ଼ରେ ମିଶାଇ ଖାଇବ । ବସନ୍ତ ଗୋଟି ମାନଙ୍କରେ ମାଛି ନବସିକା ନିମନ୍ତେ ନିମ୍ୱପତ୍ର ବା କୋମଳ ପଦ୍ମପତ୍ରଦ୍ୱାରା ରୋଗୀକୁ ବିଞ୍ଚୁଥିବ । କୀଟ ନହେବା ନିମନ୍ତେ ଶାଳକାଠ ଝୁଣା ଦେବଦାରୁ ଚନ୍ଦନ ଓ ଅଗୁରୁ ଆଦିର ଧୂପ ଦେହରେ ଲଗାଇବ । ରୋଗୀର ଶଯ୍ୟା ଉପରକୁ ପିମ୍ଫୁଡ଼ି ନଯିବା ନିମନ୍ତେ ଶଯ୍ୟା ଉପରେ ଏବଂ ଗୃହ ମଧ୍ୟରେ ହଳଦୀ ଗୁଣ୍ଡା ନିକ୍ଷେପ କରିବ । ଦୁଷ୍ଟ ବସନ୍ତ ଭଲହେବା ନିମନ୍ତେ ତାହା ଉପରେ ଜୋକ ବସାଇ ରକ୍ତ ମୋକ୍ଷଣ କରିବ ।

 

ଧୂପ-ଶ୍ୱେତଚନ୍ଦନ ସଇଳ କାଠ ଦେବଦାରୁ ଝୁଣା ଓ ଗୁଗୁଳକୁ ଅଗ୍ନିରେ ପୋଡ଼ି ରୋଗୀର ଗୃହରେ ଧୂପଦେଲେ ବସନ୍ତରୋଗରେ ବିଶେଷ ଉପକାର ହୁଏ । ବଚ ବଂଶଲୋଚନା (ବାଉଁସରନୀଳ) ଯବ, ବାସଙ୍ଗମୂଳ, କପାମଞ୍ଜି, ତୁଳସୀପତ୍ର, ବ୍ରାହ୍ମୀଶାଗ, ଅପାମାର୍ଗ, ଲାଖ ଓ ଘିଅ ଏହିସବୁ ଦ୍ରବ୍ୟର ଧୂପ ପ୍ରଦାନ କଲେ ରୋମାନ୍ତି ବା ମିଳିମିଳା ଉପଶମ ହୁଏ ।

 

ଉପସର୍ଗର ଉପାୟ

 

ଅତିସାର ହେଲେ–ଜାମୁପତ୍ର ଓ ଆମ୍ୱପତ୍ର ସମାନ ଭାଗରେ ମିଶାଇ ବାଟି ଦହି ଓ ମହୁସହିତ ସେବନ କରିବ ।

 

ବମନ ନିବାରଣ ନିମନ୍ତେ–ଅଢ଼େଇମଷା ଓଜନର ହତିଡ଼ା ଚୂର୍ଣ୍ଣ ଏବଂ ଟଭାରସ ଏକତ୍ରକରି ତହିଁରେ ଅଢ଼େଇ ମଷା ଚିନି ମିଶାଇ ସେବନ କରିବ ।

 

ପିପାସା ନିବାରଣ ନିମନ୍ତେ–କଦଳୀ ଗଛର ମୂଳକୁ ଛେଚି ତହିଁର ରସ ପିଆଇବ ।

 

ଅତିସାର ଓ ବମନ ନିବାରଣ ନିମନ୍ତେ - ଡ଼ାଳିମ୍ୱ ଛାଲି ଅଧ୍ୟତୋଳା, କୋରେହଛାଲି ଅଧତୋଳା ପାଣିରେ ବାଟି ମହୁ ମିଶାଇ ଜିଭରେ ଦୁଇ ତିନିପାନ ଖୁଆଇବ ।

 

ଘର୍ମ୍ମ ବିବାରଣ ନିମନ୍ତେ–ହଳଦୀ, ଦାରୁହଳଦୀ, ବେଣାମୂଳ, ଶିରୀଷଛାଲି, ମୁଥା, ଲୋଧ, ଦେବବାରୁ, ଏବଂ ନାଗେଶ୍ୱର ସମାନ ଭାଗରେ ମିଶାଇ ଶୀତଳ ଜଳରେ ବାଟି ଦେହରେ ବୋଳିବ ।

 

ଦାହ ପିପାସା ଅସ୍ଥିରତା ନିବୃତ୍ତି ନିମନ୍ତେ-ଦୁଇଭାଗ ବାସିପାଶିରେ ଏକଭାଗ ମହୁମିଶାଇ ପିଆଇବ ।

 

ଦାହ ନିବାରଣ ନିମନ୍ତେ-ଦଳଦୀଗୁଣ୍ଡା ଅଢ଼େଇ ମଷାରେ ତେତିକି ତେନ୍ତୁଳିପତ୍ର ମିଶାଇ ବାଟି ପାନକରିବ ଉଦୁମ୍ୱର (ଯଜ୍ଞଡ଼ିମ୍ୱିରି) ଛାଲି, ଯାଠିମଧୁ ଏବଂ ପଦ୍ମ କେଶର ବାଟି ଦେହରେ ଲଗାଇବ । ରକ୍ତଚନ୍ଦନ ମଞ୍ଜିଷ୍ଠା ନିମ୍ୱପତ୍ର ଅର୍ଜ୍ଜୁନଛାଲି, ସମଭାଗରେ ମିଶାଇ ବାଟିବ ତତ୍ପରେ ଦୁଧରୁ ଲହୁଣୀ ବାହାରକରି ତହିଁରେ ମିଶାଇ ଦେହରେ ବୋଲିବ । ଅନନ୍ତ (ଚେମଡ଼ିଲଇ) ମୂଳ ପଦ୍ମକେଶତ, ବେଣାମୂଳ ନୀଳକଇଁ, ଦୁବଘାସ ସମଭାଗରେ ଆଣି ବାଟି ଘିଅସଙ୍ଗେ ମିଶାଇ ବୋଳିବ ।

 

ଯଥ୍ୟାପଥ୍ୟ ଓ ସତର୍କତା

 

ଯେଉଁଘରେ ନାନା ପ୍ରକାର ପଦାର୍ଥ ଥିବ ଯେଉଁ ଘର ଶୁଖିଲା ନଥିବ ଏବଂ ଯେଉଁ ଘରରେ ଉତ୍ତମ ବାୟୁ କଳ ଚଳ ହେଉନଥିବ ସେପରି ଘରେ ରୋଗୀକୁ ନରଖି ପରିଷ୍କାର ଗୃହରେ ରଖିବ । ସେଘରକୁ ବେଶିଲୋକ ଯିବା ଆସିବା କରିବ ନାହିଁ । ରୋଗୀ ଶରୀରରେ ଖରା ବା ଶୀତଳ ବାୟୁ ଲାଗିଲେ ପୀଡ଼ା ବୃଦ୍ଧିହୁଏ । ରୋଗୀ ଶରୀରକୁ ବସ୍ତ୍ରଦ୍ୱାରା ଆବୃତ୍ତ ରଖିବ । ଟୀକା ଗ୍ରହଣ କରି ନଥିବା ଲୋକମାନେ ରୋଗୀର ପାଖକୁ ଯିବ ନାହିଁ । ଏହି ରୋଗରେ ଅଧିକ ଔଷଧ ସେବନ କରିବାକୁ ହୁଏନାହିଁ ବାହ୍ୟ ପ୍ରୟୋଗ ବେଶୀ । ତାହା ବିଶେଷ ବିବେଚନା ପୂର୍ବକ ପ୍ରୟୋଗ କରିବ । ମୈଥୁନ ସ୍ୱେଦକ୍ରିୟା ପରିଶ୍ରମ ତୈଳ ଗୁରୁପା-ଦ୍ରବ୍ୟ କ୍ରୋଧ ରୌଦ୍ର ଦୂଷିତଜଳ ଦୁଷିତ ବାୟୁ ଓ ବିବୁଦ୍ଧ ଭୋଜନ ଶିମ୍ୱ ଆଳୁ ଶାକ ଲବଣ ବିଷମ ଭୋଜନ କଟୁ ଓ ଅମ୍ଳଦ୍ରବ୍ୟ ଏବଂ ମଳ ମୂତ୍ରାଦିର ବେଗ ଧାରଣ ଏସବୁ ବସନ୍ତ ରୋଗୀର ପରିତ୍ୟାଯ୍ୟ । ପୀଡ଼ିତ ବ୍ୟକ୍ତି ଏବଂ ସେବାକାରୀମାନେ ତେଲ ଲଗାଇବେ ନାହିଁ । ଆମିଷ ଭକ୍ଷଣ କରିବେନାହିଁ । ରୋଗୀ ବାନ୍ତି ଓ ଦିବାନିଦ୍ରା ନକରିବା ପ୍ରତି ସତର୍କ ହେବ । ରୋଗୀକୁ ଶାଗୁ ଓ ଭାତର ମଣ୍ଡଆଦି ଲଘୁପଥ୍ୟ ଦେବ । ପଟୋଳ ବାଇଗଣ କଲରା କାଙ୍କଡ଼ କଞ୍ଚାକଦଳୀ ସଜନା ଛୁଇଁର ତରକାରୀ ଏବଂ ବୁଟ ମୁଗ ବା ମସୁର ଡ଼ାଲି ଏବଂ ପୁରୁଣା ଚାଉଳର ଭାତ ଦେବ, ରୋଗୀ ଥିବାଘରେ ବାରମ୍ୱାର ଝୁଣା ଗୁଗୁଳ ପୋଡ଼ାଉଥିବ ରୋଗୀର ଶଯ୍ୟାର ବସ୍ତ୍ର ଏବଂ ପରିଧେୟ ବସ୍ତ୍ର ବାରମ୍ୱାର ବଦଳାଇ ଥିବ ଏବଂ ଖରାରେ ଶୁଖାଇଥିବ । ସେବକ ମାନେ ବେଶୀ ପରିମାଣରେ ଘିଅଖାଇବେ । ଦେହକୁ ଲହୁଣୀଦ୍ୱାରା ଚିକଣ କରି ରଖିବେ । ପିନ୍ଧା ଲୁଗା ବାରମ୍ୱାର ବଦଳାଇଥିବେ, ମଳିନ ବା କୃଷ୍ଣବର୍ଣ୍ଣ ବସ୍ତ୍ର, ବ୍ୟବହାର କରିବେନାହିଁ । ବସନ୍ତ ଗୋଟି ବଳପୂର୍ବକ ଛିଣ୍ଡେଇଲେ ଅପକାଳ ହୁଏ । ବାସିତଆରି କ୍ୱାଥ ବା ଲୋପ ବ୍ୟବହାର କରିବନାହିଁ । ରୋଗୀର ଶରୀରକୁ ଘିଅ ବା ଲହୁଣୀ ଦ୍ୱାରା ସବୁବେଳେ ଚିକଣ କରି ରଖିବ ରୋଗୀର ଶଯ୍ୟା ଅଧିକ ଉଚ୍ଚରେ କରିବନାହିଁ । କୋମଳ ଶଯ୍ୟାରେ ଶୁଆଇବ, ଶଯ୍ୟାଉପରେ ଘୃତ ଲଗାଇହୋଇ ପଡ଼ିଥିବା ପଦ୍ମ ପତ୍ର ବା ନିମ୍ୱପତ୍ର ଉପରେ ଶୁଆ ବସା କରାଇବ । ରୋଗୀକୁ ସବୁବେଳେ ସାହସ ଦେଉଥିବ ଏବଂ କୌଣସି କଥା ବା କାର୍ଯ୍ୟରେ ସେ ଯେପରି ବିରକ୍ତ ନହୁଏ ତହିଁ ପ୍ରତି ସାବଧାନ ରହିବ, ରୋଗୀକୁ କିଛି ପରିଶ୍ରମ କରାଇବ ନାହିଁ । ରୋଗୀ ଦେହରୁ ଝାଳ ନବୋହିବା ଏବଂ ମାଛି ପାଖରେ ନପଶିବା ନିମନ୍ତେ ନିମ୍ୱଡ଼ାଳରେ ବିଞ୍ଚୁଥିବ । ସେବକମାନେ ସବୁବେଳେ ପରିଷ୍କାର ଅବସ୍ଥାରେ ରହିବେ-ରୋଗୀକୁ ବା ରୋଗୀ ବ୍ୟବହୃତ ଦ୍ରବ୍ୟକୁ ସ୍ପର୍ଶ କଲେ ବାର୍ଜ୍ଜଲିକସାବୁନଦ୍ୱାରା ହାତ ଧୋଉଥିବ । ପକ୍ୱ ଗୋଟି ଉପରେ ବାରମ୍ୱାର ଘଷିର ପାଉଁସ ପକାଉଥିବ । ଗୋଟି ଶୁଖିଗଲାରୁ ନିମ୍ୱପତ୍ର ଏବଂ କଞ୍ଚା ହଳଦୀ ବାଟି ରୋଗୀ ଶରୀରରେ ଲେପନ କରିବ । ଅବଶେଷରେ ଗୋଟିମାନ ଅଶୁଷ୍କ ଅବସ୍ଥାରେ ରହିଗଲେ ବ୍ରଣ ରୋଗେକ୍ତ ଚିକିତ୍ସା କରାଇବ । ରୋଗୋପଶମପରେ ରୋଗୀଥିବାଘର ଚୁନଦ୍ୱାରା ବା ମାଟି ଗୋବରଦ୍ୱାରା ବହଳକରି ଲିପିବ, ସେ ଘରେ ଗନ୍ଧକର ଧୁଆଁଦେବ ଏବଂ କିଛିଦିନ ସେଘର ବ୍ୟବହାର କରିବନାହିଁ ।

 

ପୁସ୍ତକର ନାନାସ୍ଥାନରେ ଲିଖିତ ନାନା ଦ୍ରବ୍ୟର ପିଇବା ଲଗାଇବା ଅଥବା ଧୂପଦେବାର ଔଷଧଭାଗମାନଙ୍କ ମଧ୍ୟରୁ ଯାହା ଯାହା ଶୀଘ୍ର ନମିଳଇ ତାହା ତ୍ୟାଗ କରି ମିଳିବା ଦ୍ରବ୍ୟମାନ ଯଥା ରୀତିରେ ପ୍ରୟୋଗ କରିବ ଏବଂ ବୟସ ଓ ବଳାବଳ ବିଚାର ପାନୀୟ ଔଷଧର ମାତ୍ର ଠିକ କରିବ-। ବସନ୍ତ ରୋଗ ବିଷୟରେ ଯେଉମାନେ ବିଶେଷକଥା ଅନୁଭବକରି ଜାଣିଅଛନ୍ତି, ସେପରି ଲୋକମାନଙ୍କର ପରାମର୍ଶ ଅନୁସାରେ ସକଳ କାର୍ଯ୍ୟ କରିବ ।

Image